Thursday, June 25, 2015

ଶ୍ରୀମତୀ ସ୍ନେହଲାତା ମହାନ୍ତି ପାଇଲେ କେନ୍ଦ୍ର ସାହିତ୍ୟ ଅକାଦମି ଶିଶୁ-ସାହିତ୍ୟ ପୁରସ୍କାର -୨୦୧୫


     

ସୁପରିଚିତ ଶିଶୁ- ସାହିତ୍ୟିକା ଶ୍ରୀମତୀ ସ୍ନେହଲତା ମହାନ୍ତିଙ୍କୁ ତାଙ୍କର ଓଡିଆ ଭାଷାରେ ରଚିତ ଶିଶୁ-ସାହିତ୍ୟର ସାମଗ୍ରିକ କୃତି ପାଇଁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଅକାଦମି ‘ଶିଶୁ-ସାହିତ୍ୟ ପୁରସ୍କାର -୨୦୧୫’ ଦିଆ ଯାଇଛି । ୮୩ ବର୍ଷୀୟ ଶ୍ରୀମତୀ ମହାନ୍ତି ଜଗତସିଂହପୁରର ବାଗସାହିରେ ଜନ୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ କଟକର ବାମ୍ପିସାହିରେ ଅବସ୍ଥାନ କରୁଛନ୍ତି । 
      ‘ଝୁଲ ହାତୀ ଝୁଲ’, ‘ନଅ ତିଅଣ ଛଅ ଭଜା’,’ଶିଶୁ ଗୀତିକା’, ‘ମୁଁ ବୈଜ୍ଞାନିକ ହେବି’, ‘ସପନ କଥା’, ‘ମନଲାଖି ଗପ ଓ ଗୀତ’, ‘ନିଦଛଡ଼ା ଔଷଧ’, ‘ଝୁମୁକୁ ଝୁମା’, ‘ହନୁକୁ ପାନେ. ‘ସବୁଠାରୁ ବଡ଼’ ଓ ‘ଅଲିଭା ଦୀପ’ ଭଳି ୩୩ ଟି ଶିଶୁ-ସାହିତ୍ୟ ପୁସ୍ତକ ସେ ରଚନା କରିଛନ୍ତି । 
     ତାଙ୍କର ସରଳ ଓ ସାବଳଲୀଳ ରଚନା ଅଗଣିତ କୁନି କୁନି ଓଡିଆ ଶିଶୁଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ପାରିଛି । ପିଲାଙ୍କ ମନ କଥାକୁ ବୁଝି ସେମାନଙ୍କ ପାଇଁ ସେ ଗପ, ଗୀତ ଓ କାହାଣୀ ରଚନା କରିଥାନ୍ତି ।