Tuesday, October 18, 2011

Odia Shishu-Sahitya Charcha( ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା )

Odia Shishu-Sahitya Charcha
Odia Shishu-Sahitya Charcha, a compilation of articles on Odia Children’s Literature written by Ramesh Chandra Das was inaugurated by Dr.Rastrabandhu, the noted  Hindi Children writer and Editor of Bal Sahitya Samiksha on October 8, 2011 at Bhubaneswar in presence of eminent writers and critics of Odia Literature and Children writers and Editors of Odia Children’s magazines on the ocassion of Shishu Sahitya Utsab – 2011 organized by Research Institute in Odia Children’s Literature.

Saturday, October 15, 2011

Hindi Children Writers Felicitated

Dr. Krushna Chandra Tiwari (Rastrabandhu), the noted Hindi Children Writer and Editor of Bal Sahitya Samikshya( left) and Dr. Nagesh Pande (Sanjay), Hindi writer and Critic (right) felicitated by Research Institute in Odia Children’s Literature (RIOCL) on the ocassion of the Shishu Sahitya Utsab – 2011 organized by it at Unit – IX Govt. Girls High School, Bhubaeswar on October 10, 2011
 
ଡକ୍ଟର ରାଷ୍ଟ୍ରବନ୍ଧୁ ଓ ଡକ୍ଟର ନାଗେଶ ପାଣ୍ଡେଙ୍କୁ ସମ୍ବର୍ଦ୍ଧନା

ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ (RIOCL) ଆନୁକୁଲ୍ୟରେ ଗତ ଅକ୍ଟୋବର ୧୦, ୨୦୧୧ ତାରିଖରେ ଭୁବନେଶ୍ବରର ୟୁନିଟ୍ – ୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ‘ଶିଶୁ-ସାହିତ୍ୟ ଉତ୍ସବ – ୨୦୧୧’ ଓ ୧୯ ତମ ଶିଶୁ-ସାହିତ୍ୟିକ କର୍ମଶାଳାର ଉଦ୍ଯାପନ ଉତ୍ସବ ଅବସରରେ ହିନ୍ଦୀ ଶିଶୁ-ସାହିତ୍ୟର ବିଶିଷ୍ଟ ଲେଖକ ଓ ବାଲ୍ ସାହିତ୍ୟ ସମୀକ୍ଷା ପତ୍ରିକାର ସଂପାଦକ ଡକ୍ଟର ରାଷ୍ଟ୍ରବନ୍ଧୁ ଓ ହିନ୍ଦୀ ଶିଶୁ-ସାହିତ୍ୟର ଗବେଷକ ଡକ୍ଟର ନାଗେଶ ପାଣ୍ଡେଙ୍କୁ ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ତରଫରୁ ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି୤
 

Dr Maheshwar Mohanty Felicitated

On the occasion of Shishu Sahitya Utsaba - 2011, organized by Research Institute in Odia Children's Literature (RIOCL) at Unit-IX Govt.Girls High School, Bhubaneswar from October 8, 2011 to October 10, 2011; Dr. Maheshwar Mohanty, the noted  Children Writer and recipient of Kendra Sahitya Academy Children Writers Award - 2011 for Odia Language was felicitated by the Research Institute.
 
ଡକ୍ଟର ମହେଶ୍ବର ମହାନ୍ତିଙ୍କୁ ସମ୍ବର୍ଦ୍ଧନା

ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ (RIOCL) ଆନୁକୁଲ୍ୟରେ ଗତ ଅକ୍ଟୋବର ୧୦, ୨୦୧୧ ତାରିଖରେ ଭୁବନେଶ୍ବରର ୟୁନିଟ୍ – ୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ‘ଶିଶୁ-ସାହିତ୍ୟ ଉତ୍ସବ – ୨୦୧୧’ ଓ ୧୯ ତମ ଶିଶୁ-ସାହିତ୍ୟିକ କର୍ମଶାଳାର ଉଦ୍ଯାପନ ଉତ୍ସବରେ ଶିଶୁ-ସାହିତ୍ୟରେ ୨୦୧୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଅକାଦମୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଶୁ-ସାହିତ୍ୟିକ ଡକ୍ଟର ମହେଶ୍ବର ମହାନ୍ତିଙ୍କୁ ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ତରଫରୁ ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି୤
 




Friday, October 14, 2011

‘ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା’ ପୁସ୍ତକ ଉନ୍ମୋଚିତ




ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ (RIOCL) ଆନୁକୁଲ୍ୟରେ ଗତ ଅକ୍ଟୋବର ୮, ୨୦୧୧ ତାରିଖରେ ଭୁବନେଶ୍ବରର ୟୁନିଟ୍ – ୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ‘ଶିଶୁ-ସାହିତ୍ୟ ଉତ୍ସବ – ୨୦୧୧’ ଓ ୧୯ ତମ ଶିଶୁ-ସାହିତ୍ୟିକ କର୍ମଶାଳାର ଉଦ୍ଘାଟନ ଉତ୍ସବରେ ଶ୍ରୀ ରମେଶ ଚନ୍ଦ୍ର ଦାସଙ୍କ ରଚିତ ଶିଶୁ-ସାହିତ୍ୟ ଆଲୋଚନା ସଂକଳନ ‘ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା’ ଉନ୍ମୋଚିତ ହୋଇଯାଇଛି୤ ଏହାକୁ ଉନ୍ମୋଚନ କରିଛନ୍ତି ହିନ୍ଦୀ ଭାଷାର ବିଖ୍ୟାତ ଶିଶୁ-ସାହିତ୍ୟିକ ତଥା ବାଲ୍ ସାହିତ୍ୟ ସମୀକ୍ଷା ପତ୍ରିକାର ସଂପାଦକ ଡକ୍ଟର ରାଷ୍ଟ୍ରବନ୍ଧୁ୤

‘ପିଲାମାନଙ୍କ ପାଇଁ ଅନୁବାଦ ରଚନା’ କର୍ମଶାଳା

ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ (RIOCL) ଆନୁକୁଲ୍ୟରେ ଭୁବନେଶ୍ବରର ୟୁନିଟ୍ – ୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ଅକ୍ଟୋବର ୮, ୨୦୧୧ ଠାରୁ ଅକ୍ଟୋବର ୧୦, ୨୦୧୧ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପିଲାମାନଙ୍କ ଅନୁବାଦ ରଚନା’ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି୤ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଗାନ୍ଧିବାଦୀ ତଥା ଲୋକତତ୍ତ୍ବବିଦ୍ ଡକ୍ଟର ଭାବାନନ୍ଦ୤ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାଷାତତ୍ତ୍ବବିଦ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର କୃଷ୍ଣ ଚରଣ ବେହେରା, ଡକ୍ଟର ଅରବିନ୍ଦ ପଟ୍ଟନାୟକ, ଡକ୍ଟର ନୀଳାଦ୍ରୀ ଭୂଷଣ ହରିଚନ୍ଦନ, ଡକ୍ଟର ଶକୁନ୍ତଳା ବଳିୟାରସିଂହ, ଶ୍ରୀଯୁକ୍ତ ନଦିୟା ବିହାରୀ ମହାନ୍ତି, ଡକ୍ଟର ଶରତ କୁମାର ବିଶ୍ବାଳ ଓ ଡକ୍ଟର ଇତି ସାମନ୍ତ  ଏବଂ ଓଡିଶା ବାହାରୁ ହିନ୍ଦୀ ଭାଷାର ବିଶିଷ୍ଟ ଶିଶୁ-ସାହିତ୍ୟିକ ଓ ‘ବାଲ ସାହିତ୍ୟ ସମୀକ୍ଷାର ସଂପାଦକ ଡକ୍ଟର ରାଷ୍ଟ୍ରବନ୍ଧୁ ଓ ହିନ୍ଦୀ ଶିଶୁ-ସାହିତ୍ୟ ଗବେଷକ ଡକ୍ଟର ନାଗେଶ ପାଣ୍ଡେ ଅତିଥି ରୁପେ ଯୋଗଦେଇଥିଲେ୤ 
କର୍ମଶାଳାରେ ପିଲାମାନଙ୍କ ପାଇଁ ଅନୁବାଦ ରଚନାର କୌଶଳ ସଂପର୍କରେ ମାର୍ଗ ଦର୍ଶନ କରିଥିଲେ ଶ୍ରୀଯୁକ୍ତ ଯୁଗଳ କିଶୋର ଦତ୍ତ, ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ସୁରେନ୍ଦ୍ର ପାଣିଗ୍ରାହୀ, ଡକ୍ଟର ମନୀନ୍ଦ୍ର ମହାନ୍ତି ଏବଂ ସଂଯୋଜନା କରିଥିଲେ ଡକ୍ଟର ବସନ୍ତ କିଶୋର ସାହୁ, ଡକ୍ଟର ଆଦିକନ୍ଦ ମହାନ୍ତ ଓ ଶରତ କୁମାର ନାୟକ୤ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଶିଶୁ-ସାହିତ୍ୟିକ ଓ ଶିଶୁ ପତ୍ରିକାର ସଂପାଦକ କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ୤ ଶିଶୁ-ସାହିତ୍ୟରେ ୨୦୧୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଅକାଦମୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଶୁ-ସାହିତ୍ୟିକ ଡକ୍ଟର ମହେଶ୍ବର ମହାନ୍ତିଙ୍କୁ ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା୤ 
ଶିଶୁ-ସାହିତ୍ୟ ପାଇଁ ଅନୁବାଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି୤ ଅନୁବାଦ ସାହିତ୍ୟ ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ମହାଭାରତୀୟ ଚିନ୍ତାଧାରାର ଉନ୍ମେଷ ଊଦ୍ରେକ କରାଯାଇ ପାରିବ ବୋଲି ଉପସ୍ଥିତ ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଥିଲେ୤
କର୍ମଶାଲା ଅବସରରେ ଅନେକ ପୁସ୍ତକ ଓ ପତ୍ରିକା ଉନ୍ମୋଚିତ ହୋଇଥିଲା୤ ସେଗୁଡିକ ମଧ୍ୟରେ ଉଦନ୍ତ, ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା, ଲୋକଶ୍ରୀ, ବିଦ୍ୟା ଅଟଇ ମହାଧନ, ତୁମ ପରି ଛୋଟ ପିଲାଟିଏ, ଲାରିଲାପା ଓ ଆଚ୍ଛା କାମ କିୟା ହୈ ଅନ୍ୟତମ୤