Friday, October 14, 2011

‘ପିଲାମାନଙ୍କ ପାଇଁ ଅନୁବାଦ ରଚନା’ କର୍ମଶାଳା

ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ (RIOCL) ଆନୁକୁଲ୍ୟରେ ଭୁବନେଶ୍ବରର ୟୁନିଟ୍ – ୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ଅକ୍ଟୋବର ୮, ୨୦୧୧ ଠାରୁ ଅକ୍ଟୋବର ୧୦, ୨୦୧୧ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପିଲାମାନଙ୍କ ଅନୁବାଦ ରଚନା’ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି୤ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଗାନ୍ଧିବାଦୀ ତଥା ଲୋକତତ୍ତ୍ବବିଦ୍ ଡକ୍ଟର ଭାବାନନ୍ଦ୤ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାଷାତତ୍ତ୍ବବିଦ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର କୃଷ୍ଣ ଚରଣ ବେହେରା, ଡକ୍ଟର ଅରବିନ୍ଦ ପଟ୍ଟନାୟକ, ଡକ୍ଟର ନୀଳାଦ୍ରୀ ଭୂଷଣ ହରିଚନ୍ଦନ, ଡକ୍ଟର ଶକୁନ୍ତଳା ବଳିୟାରସିଂହ, ଶ୍ରୀଯୁକ୍ତ ନଦିୟା ବିହାରୀ ମହାନ୍ତି, ଡକ୍ଟର ଶରତ କୁମାର ବିଶ୍ବାଳ ଓ ଡକ୍ଟର ଇତି ସାମନ୍ତ  ଏବଂ ଓଡିଶା ବାହାରୁ ହିନ୍ଦୀ ଭାଷାର ବିଶିଷ୍ଟ ଶିଶୁ-ସାହିତ୍ୟିକ ଓ ‘ବାଲ ସାହିତ୍ୟ ସମୀକ୍ଷାର ସଂପାଦକ ଡକ୍ଟର ରାଷ୍ଟ୍ରବନ୍ଧୁ ଓ ହିନ୍ଦୀ ଶିଶୁ-ସାହିତ୍ୟ ଗବେଷକ ଡକ୍ଟର ନାଗେଶ ପାଣ୍ଡେ ଅତିଥି ରୁପେ ଯୋଗଦେଇଥିଲେ୤ 
କର୍ମଶାଳାରେ ପିଲାମାନଙ୍କ ପାଇଁ ଅନୁବାଦ ରଚନାର କୌଶଳ ସଂପର୍କରେ ମାର୍ଗ ଦର୍ଶନ କରିଥିଲେ ଶ୍ରୀଯୁକ୍ତ ଯୁଗଳ କିଶୋର ଦତ୍ତ, ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ସୁରେନ୍ଦ୍ର ପାଣିଗ୍ରାହୀ, ଡକ୍ଟର ମନୀନ୍ଦ୍ର ମହାନ୍ତି ଏବଂ ସଂଯୋଜନା କରିଥିଲେ ଡକ୍ଟର ବସନ୍ତ କିଶୋର ସାହୁ, ଡକ୍ଟର ଆଦିକନ୍ଦ ମହାନ୍ତ ଓ ଶରତ କୁମାର ନାୟକ୤ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଶିଶୁ-ସାହିତ୍ୟିକ ଓ ଶିଶୁ ପତ୍ରିକାର ସଂପାଦକ କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ୤ ଶିଶୁ-ସାହିତ୍ୟରେ ୨୦୧୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଅକାଦମୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଶୁ-ସାହିତ୍ୟିକ ଡକ୍ଟର ମହେଶ୍ବର ମହାନ୍ତିଙ୍କୁ ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା୤ 
ଶିଶୁ-ସାହିତ୍ୟ ପାଇଁ ଅନୁବାଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି୤ ଅନୁବାଦ ସାହିତ୍ୟ ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ମହାଭାରତୀୟ ଚିନ୍ତାଧାରାର ଉନ୍ମେଷ ଊଦ୍ରେକ କରାଯାଇ ପାରିବ ବୋଲି ଉପସ୍ଥିତ ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଥିଲେ୤
କର୍ମଶାଲା ଅବସରରେ ଅନେକ ପୁସ୍ତକ ଓ ପତ୍ରିକା ଉନ୍ମୋଚିତ ହୋଇଥିଲା୤ ସେଗୁଡିକ ମଧ୍ୟରେ ଉଦନ୍ତ, ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା, ଲୋକଶ୍ରୀ, ବିଦ୍ୟା ଅଟଇ ମହାଧନ, ତୁମ ପରି ଛୋଟ ପିଲାଟିଏ, ଲାରିଲାପା ଓ ଆଚ୍ଛା କାମ କିୟା ହୈ ଅନ୍ୟତମ୤


No comments:

Post a Comment