ସୁପରିଚିତ ଶିଶୁ- ସାହିତ୍ୟିକା ଶ୍ରୀମତୀ
ସ୍ନେହଲତା ମହାନ୍ତିଙ୍କୁ ତାଙ୍କର ଓଡିଆ ଭାଷାରେ ରଚିତ ଶିଶୁ-ସାହିତ୍ୟର ସାମଗ୍ରିକ କୃତି ପାଇଁ
ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଅକାଦମି ‘ଶିଶୁ-ସାହିତ୍ୟ ପୁରସ୍କାର -୨୦୧୫’ ଦିଆ
ଯାଇଛି । ୮୩ ବର୍ଷୀୟ ଶ୍ରୀମତୀ ମହାନ୍ତି ଜଗତସିଂହପୁରର ବାଗସାହିରେ ଜନ୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ କଟକର ବାମ୍ପିସାହିରେ ଅବସ୍ଥାନ କରୁଛନ୍ତି ।
‘ଝୁଲ ହାତୀ ଝୁଲ’,
‘ନଅ ତିଅଣ ଛଅ ଭଜା’,’ଶିଶୁ ଗୀତିକା’, ‘ମୁଁ ବୈଜ୍ଞାନିକ ହେବି’,
‘ସପନ କଥା’, ‘ମନଲାଖି ଗପ ଓ ଗୀତ’, ‘ନିଦଛଡ଼ା ଔଷଧ’,
‘ଝୁମୁକୁ ଝୁମା’, ‘ହନୁକୁ ପାନେ. ‘ସବୁଠାରୁ
ବଡ଼’ ଓ ‘ଅଲିଭା ଦୀପ’
ଭଳି ୩୩ ଟି ଶିଶୁ-ସାହିତ୍ୟ ପୁସ୍ତକ ସେ ରଚନା କରିଛନ୍ତି ।
ତାଙ୍କର ସରଳ ଓ ସାବଳଲୀଳ ରଚନା
ଅଗଣିତ କୁନି କୁନି ଓଡିଆ ଶିଶୁଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ପାରିଛି । ପିଲାଙ୍କ ମନ କଥାକୁ
ବୁଝି ସେମାନଙ୍କ ପାଇଁ ସେ ଗପ,
ଗୀତ ଓ କାହାଣୀ ରଚନା କରିଥାନ୍ତି ।
No comments:
Post a Comment